କରୋନା ଅପଡେଟ୍: ଦେଶରେ ଆଉ ୧୦,୨୨୯ ସଂକ୍ରମିତ ଚିହ୍ନଟ, ୧୨୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ପ୍ରତିଦିନ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ରିପୋର୍ଟ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୧୦,୨୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୨୫ ଜଣଙ୍କର ମୃତ୍ୟୁ ହୋଇଛି।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୪୪ ଲକ୍ଷ ୪୭ ହଜାର ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୬୩ ହଜାର ୬୫୫ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ଏପର୍ୟ୍ୟନ୍ତ ୩ କୋଟି ୩୮ ଲକ୍ଷ ୪୯ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ୧.୨୫ ଲକ୍ଷ । ଅର୍ଥାତ୍ ସମୁଦାୟ ୧ ଲକ୍ଷ ୩୪ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ନଭେମ୍ବର ୧୪ ପର୍ଯ୍ୟନ୍ତ ସାରା ଦେଶରେ ୧୧୨ କୋଟି ୩୪ ଲକ୍ଷ ୩୦ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୩୦.୨୦ ଲକ୍ଷ ଟିକା ଦିଆଯାଇଛି।

Comments are closed.