କରୋନା ଅପଡେଟ୍: ଦିନକରେ ଆଉ ୧୨,୫୧୬ ନୂଆ ମାମଲା, ୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨,୫୧୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୩୭ ହଜାର ୧୪୬ ରହିଛି |
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ତିନି କୋଟି ୪୪ ଲକ୍ଷ ୧୪ ହଜାର ୧୮୬କୁ ବୃଦ୍ଧି ପାଇଛି | ତେବେ ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୪୧୬କୁ ଖସି ଆସିଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୯୦କୁ ବୃଦ୍ଧି ପାଇଛି।
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୧୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୫୨ ଲକ୍ଷ ୮୧ ହଜାର ୮୮୯ ଡୋଜ ଦିଆଯାଇଥିଲା ।

Comments are closed.