ରାଜ୍ୟରେ ଆଉ ୨୬୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ଅଛନ୍ତି ୪୪ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯, କଟକରୁ ୨୧, ଯାଜପୁରରୁ ୧୦, ସୁନ୍ଦରଗଡରୁ ୯, ଗଜପତିରୁ ୯, ପୁରୀରୁ ୭, ବାଲେଶ୍ୱରରୁ ୭, ଦେବଗଡରୁ ୭, ସମ୍ବଲପୁରରୁ ୬, ଢେଙ୍କାନାଳରୁ ୫, ମୟୂରଭଞ୍ଜରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ନବରଙ୍ଗପୁରରୁ ୨, ଭଦ୍ରକରୁ ୨, ବଲାଙ୍ଗୀରରୁ ୨, କୋରାପୁଟରୁ ୧, ଝାରସୁଗୁଡାରୁ ୧ ଚିହ୍ନଟ ହୋଇଛନ୍ତି । ୧୦ଟି ଜିଲ୍ଲାରୁ କୌଣସି ମାମଲା ଆସି ନ ଥିବା ବେଳେ ଷ୍ଟେଟ୍ ପୁଲରୁ ୩୨ଟି ମାମଲା ଆସିଛି ।
ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୪ ହଜାର ୯୬୨ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୩ ହଜାର ୬୫୨ ରୋଗୀ ।

Comments are closed.