କରୋନା ଅପଡେଟ୍: ଓମିକ୍ରନ୍ ଯୋଗୁଁ ବଢ଼ୁଛି ସଂକ୍ରମଣ, ଦିନକରେ ୧୩,୧୫୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍ ଯୋଗୁଁ ଭାରତରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଏପରିକି ଦୈନିକ ମାମଲା ୩୦ ପ୍ରତିଶତ ବୃଦ୍ଧି ପାଇଛି । ମଙ୍ଗଳବାର ସମଗ୍ର ଦେଶରେ ୯୧୯୫ କରୋନା ମାମଲା ରିପୋର୍ଟ ହୋଇଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ କରୋନା ମାମଲା ଆସିଛି ​​। ଏହି ରୋଗରେ ୨୬୮ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।

ଅନ୍ୟପକ୍ଷରେ ଓମିକ୍ରନ୍ ଦେଶର ୨୨ ଟି ରାଜ୍ୟରେ ପହଞ୍ଚିଛି । ଦେଶରେ ଓମିକ୍ରନ୍ ମାମଲା ୯୬୧କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ସର୍ବାଧିକ ୨୬୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୫୨ ମାମଲା ରିପୋର୍ଟ ହୋଇଛି।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ତିନି କୋଟି ୪୮ ଲକ୍ଷ ୨୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୮୦ ହଜାର ୮୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୪୨ ଲକ୍ଷ ୫୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ କୋଭିଡ୍ ସକ୍ରିୟ ମାମଲା ୮୨,୪୦୨ କୁ ବୃଦ୍ଧି ପାଇଛି । ‌

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୨୯, ୨୦୨୧ ପର୍ଯ୍ୟନ୍ତ ସାରା ଦେଶରେ ୧୪୩ କୋଟି ୮୩ ଲକ୍ଷ ୨୨ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ଆଉ ୬୩.୫୧ ଲକ୍ଷ ଟିକା ଦିଆଯାଇଥିଲା।

Comments are closed.