ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ତେବେ କ୍ରମାଗତ ଚତୁର୍ଥ ଦିନ ପାଇଁ ୨୦,୦୦୦ ରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୧୦୨ ନୂଆ ମାମଲା ଆସିଥିବା ବେଳେ ୨୭୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ ପୂର୍ବରୁ ୧୩,୪୦୫ କରୋନା ମାମଲା ଆସିଥିଲା ଏବଂ ୨୩୫ ଜଣ ଲୋକ ପ୍ରାଣ ହରାଇଥିଲେ। ଭଲ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୭ ଜଣ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି, ଅର୍ଥାତ ଆଉ ୧୬ ହଜାର ୫୫୩ ସକ୍ରିୟ ମାମଲା ହ୍ରାସ ପାଇଛି ।
କରୋନା ମହାମାରୀ ଆରମ୍ଭରୁ ଏ ଯାଏଁ ମୋଟ ଚାରି କୋଟି ୨୮ ଲକ୍ଷ ୬୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୧୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୪ କୋଟି ୨୧ ଲକ୍ଷ ୮୯ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷରୁ କମ୍ ଅଟେ । ସମୁଦାୟ ୧ ଲକ୍ଷ ୬୪ ହଜାର ୫୨୨ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଫେବୃଆରୀ ୨୨, ୨୦୨୨ ପର୍ଯ୍ୟନ୍ତ ଦେଶରେ ୧୭୬ କୋଟି ୧୯ ଲକ୍ଷ ୩୯ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ଦିନକରେ ୩୩.୮୪ ଲକ୍ଷ ଟିକା ଦିଆଯାଇଥିଲା।
Comments are closed.