କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୨୪ ଘଣ୍ଟାରେ ୧୫,୧୦୨ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ତେବେ କ୍ରମାଗତ ଚତୁର୍ଥ ଦିନ ପାଇଁ ୨୦,୦୦୦ ରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୧୦୨ ନୂଆ ମାମଲା ଆସିଥିବା ବେଳେ ​ ୨୭୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ ପୂର୍ବରୁ ୧୩,୪୦୫ କରୋନା ମାମଲା ଆସିଥିଲା ​​ଏବଂ ୨୩୫ ଜଣ ଲୋକ ପ୍ରାଣ ହରାଇଥିଲେ। ଭଲ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୭ ଜଣ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି, ଅର୍ଥାତ ଆଉ ୧୬ ହଜାର ୫୫୩ ସକ୍ରିୟ ମାମଲା ହ୍ରାସ ପାଇଛି ।

କରୋନା ମହାମାରୀ ଆରମ୍ଭରୁ ଏ ଯାଏଁ ମୋଟ ଚାରି କୋଟି ୨୮ ଲକ୍ଷ ୬୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୧୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୪ କୋଟି ୨୧ ଲକ୍ଷ ୮୯ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷରୁ କମ୍ ଅଟେ । ସମୁଦାୟ ୧ ଲକ୍ଷ ୬୪ ହଜାର ୫୨୨ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଫେବୃଆରୀ ୨୨, ୨୦୨୨ ପର୍ଯ୍ୟନ୍ତ ଦେଶରେ ୧୭୬ କୋଟି ୧୯ ଲକ୍ଷ ୩୯ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ଦିନକରେ ୩୩.୮୪ ଲକ୍ଷ ଟିକା ଦିଆଯାଇଥିଲା।

Comments are closed.