କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୫,୭୮୬ ନୂଆ ମାମଲା, ୨୩୧ ମୃତ

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଦେଶରେ କୋଭିଡ-୧୯ର ନୂଆ ମାମଲା ୨୦ ହଜାର‌ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୫,୭୮୬ ନୂଆ ମାମଲା ରୁଜୁ ହୋଇଛି। ଏଥି ସହିତ ଦିନକରେ ୨୩୧ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୩ ହଜାର ୪୨କୁ ବୃଦ୍ଧି ପାଇଛି। ବଡ କଥା ହେଉଛି ଦେଶରେ ଟିକାକରଣ ୧୦୦ କୋଟି ଟପିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ କରୋନା ଦେଶରେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୭୫ ହଜାର ୭୪୫କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ୧୮ ହଜାର ୬୪୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି କୋଟି ୩୫ ଲକ୍ଷ ୧୪ ହଜାର ୪୪୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୪୧ ଲକ୍ଷ ୪୩ ହଜାର ୨୩୬ କରୋନା ମାମଲା ରୁଜୁ ହୋଇଛି।

ଗତକାଲି ଦେଶରେ କରୋନା ଟିକାକରଣ ୧୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୬୧ ଲକ୍ଷ ୨୭ ହଜାର ୨୭୭ ଡୋଜ କରୋନା ଦିଆଯାଇଥିଲା। ଏଯାବତ ମୋଟ ୧୦୦ କୋଟି ୫୯ ଲକ୍ଷ ୪ ହଜାର ୫୮୦ ଲୋକଙ୍କ ଟିକାକରଣ କରାଯାଇଛି।

Comments are closed.