ଟ୍ରକ୍ ନେଲା ଚାଷୀଙ୍କ ଜୀବନ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାଟପୁର: ବିଲକୁ ଚାଷ କାମ କରିବା ପାଇଁ ଯାଉଥିବା ବେଳେ ଜଣେ ଚାଷୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶେରଗଡ଼ ନିକଟ ପଲୀପଦ୍ମନାଭପୁର ଛକ ରାସ୍ତାରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ସାମନ୍ତରାପୁରର ମୋହନ ଗୌଡ଼ଙ୍କ ପ୍ରାଣହାନୀ ଘଟିଛି। ତାଙ୍କ ବୟସ ୪୮ ବର୍ଷ ହେବ। ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଆରୋହୀ ଆହତ ହୋଇଛନ୍ତି। ବିଲ କାମ ସକାଶେ ମୋହନ ମୋଟର ସାଇକେଲରେ ପଛପଟେ ବସି ଯାଉଥିଲେ। ଏକ ଟ୍ରକ୍ ପଛପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ମୋଟର ସାଇକେଲ ଚାଳକ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ଆହତ ହୋଇଥିଲେ। କିନ୍ତୁ ମୋହନ ଟ୍ରକ ଚକା ତଳେ ପଡ଼ି ଯାଇଥିଲେ। ତାଙ୍କ ଶରୀର ଦୁଇ ଖଣ୍ଡ ହୋଇ ପ୍ରାଣବାୟୁ ଉଡିଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ

ଶେରଗଡ଼- ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

Comments are closed.