କରୋନା ଅପଡେଟ୍: ଦେଶରେ ଆଉ ୧୬,୧୫୬ ମାମଲା ଚିହ୍ନଟ, ୭୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬,୧୫୬ ନୂଆ କରୋନା ମାମଲା ରେକର୍ଡ କରାଯାଇଛି । ଦିନକରେ ୭୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ ୧୭ ହଜାର ୯୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୬୦ ହଜାର ୯୮୯ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ କରୋନା ମାମଲା ୩ କୋଟି ୪୨ ଲକ୍ଷ ୩୧ ହଜାର ୮୦୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩ କୋଟି ୩୬ ଲକ୍ଷ ୧୪ ହଜାର ୪୩୪ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୪୯ ଲକ୍ଷ ୯ ହଜାର ୨୫୪ ଡୋଜ୍ କରୋନା ଟିକା ଦିଆଯାଇଥିଲା। ଯାହା ପରେ ଦେଶରେ ମୋଟ ଟିକାକରଣ ୧୦୪ କୋଟି ୪ ଲକ୍ଷ ୯୯ ହଜାର ୮୭୩ରେ ପହଞ୍ଚଛି।

Comments are closed.