କରୋନା ଅପଡେଟ୍:ଦେଶରେ ଆଉ ୧୮,୧୩୨ ନୂଆ ମାମଲା, ୯୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରକୋପ ସମ୍ପ୍ରତି ଯଥେଷ୍ଟ ହ୍ରାସ ପାଇଛି। ଦେଶରେ କ୍ରମାଗତ ଚତୁର୍ଥ ଦିନ ପାଇଁ କରୋନା ଦୈନିକ ସଂକ୍ରମଣ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୮,୧୩୨ ନୂଆ ମାମଲା ରୁଜୁ ରେକର୍ଡ କରାଯାଇଛି। ଦିନକରେ ଏହି ରୋଗରେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି | ଏଥି ସହିତ ଆଉ ୨୩,୬୨୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ମହାମାରୀ ଆରମ୍ଭରୁ ଦେଶରେ ମୋଟ ତିନି କୋଟି ୩୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୫୦ ହଜାର ୭୮୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୨ ଲକ୍ଷ ୯୩ ​​ହଜାର ୪୭୮ ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ଅଢେ଼ଇ ଲକ୍ଷରୁ କମ୍ ରହିଛି | ସମ୍ପ୍ରତି ୨ ଲକ୍ଷ ୨୭ ହଜାର ୩୪୭ ଲୋକ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଅକ୍ଟୋବର ୧୦ ସୁଦ୍ଧା ମୋଟ ୯୫ କୋଟି ୧୯ ଲକ୍ଷ ୮୪ ହଜାର ୩୭୩ ଡୋଜ୍ କରୋନା ଟିକା ଦିଆଯାଇଛି।

Comments are closed.