ଦୈନିକ ସଂକ୍ରମଣ ୧୦% ହ୍ରାସ, ଦିନକରେ ୨.୦୯ ଲକ୍ଷ ନୂଆ ମାମଲା, ୯୫୯ ମୃତ

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ଖସିବାରେ ଲାଗିଛି । ରବିବାର ତୁଳନାରେ ଆଜି ଦେଶରେ କରୋନାର ନୂଆ ମାମଲାରେ ୧୦ ପ୍ରତିଶତ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୯ ହଜାର ୯୧୮ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ଏହି ରୋଗରେ ଆଉ ୯୫୯ ଜଣଙ୍କର ମୃତ୍ୟୁ ହୋଇଛି ।

ଅବଶ୍ୟ ଏହି ସମୟ ମଧ୍ୟରେ ୨ ଲକ୍ଷ ୬୨ ହଜାର ୬୨୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୧୮ ଲକ୍ଷ ୩୧ ହଜାର ୩୧୮ । ଦୈନିକ ସଂକ୍ରମଣ ହାର ୧୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୬୬ କୋଟି ଟିକା ଡୋଜ୍ ଦିଆଯାଇଛି। ଏହାପୂର୍ବରୁ ରବିବାର ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Comments are closed.