କରୋନା ଅପଡେଟ୍: ଦୈନିକ ସଂକ୍ରମଣ ପୁଣି ଦୁଇ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଲକ୍ଷ୍ୟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ପୁଣି ୨ ହଜାର ଟପିଛି । ଦିନକରେ ଆଉ ୨୦୬୭ ନୂଆ ମାମଲା ଆସିଛି। ଦେଶରେ କରୋନାର ସକ୍ରିୟ ମାମଲା ଏବେ ପୁଣି ୧୨ ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୨,୩୪୦ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏଥି ସହିତ ଗୋଟିଏ ଦିନରେ କରୋନା କାରଣରୁ ୪୦ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ଭାରତରେ ୫ ଲକ୍ଷ ୨୨,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧, ୪୭, ୮୩୦ ମୃତ୍ୟୁ ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି।

ଦିନକରେ କରୋନାର ୧,୫୪୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲାଗୁଡ଼ିକ ହେଉଛି ମୋଟ ମାମଲାର ୦.୦୩ ପ୍ରତିଶତ । ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ହେଉଛି ୯୮.୭୬ ପ୍ରତିଶତ ।

Comments are closed.