କରୋନା ଅପଡେଟ୍: ବଢ଼ିଲା ସଂକ୍ରମଣ, ଦିନକରେ ଆସିଲା ୨୧,୫୬୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଉପରମୁହାଁ ଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧,୫୬୬ ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ୧୮,୨୯୪ ଜଣ ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ୧ ଲକ୍ଷ ୪୮ ହଜାର ୮୮୧କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ପଜିଟିଭିଟି ହାର ୪.୨୫ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଯୋଗୁଁ ଆଉ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୧ ଲକ୍ଷ ୫୦ ହଜାର ୪୩୪ ହୋଇପାରିଛି। ଏଥି ସହିତ କୋଭିଡ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୨୫ ହଜାର ୮୭୦ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.