ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବ।

ଏହି ମାମଲାରେ ଇଡି ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ଧରି ଜେରା କରିସାରିଛି। ଆଜି ସୋନିଆ ଗାନ୍ଧୀଙ୍କ ପାଳି। ସୋନିଆ ଜୁନ୍ ୮ ରେ ଇଡି ସମ୍ମୁଖରେ ହାଜର ହେବାର ଥିଲା। କିନ୍ତୁ କୋଭିଡରେ ଆକ୍ରାନ୍ତ ହେବାରୁ ସେ ହାଜର ହୋଇପାରିନଥିଲେ ଓ ଏଥିପାଇଁ ସମୟ ମାଗିଥିଲେ | ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାକୁ ଇଡି ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ ନେତା ଓ କର୍ମୀମାନେ ସୋନିଆଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସୋନିଆଙ୍କୁ ଇଡି ସମନ ପ୍ରତିବାଦରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ।

Comments are closed.