କରୋନା ଅପଡେଟ୍: ଦେଶରେ ଆଉ ୨୩,୫୨୯ ନୂଆ ମାମଲା, ୩୧୧ ମୃତ

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୫୨୯ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ୩୧୧ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୮ ହଜାର ୭୧୮ ଲୋକ ସୁସ୍ଥ ହୋଇଛନ୍ତି | ଯାହା ପରେ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ତିନି କୋଟି ୨୦ ଲକ୍ଷ ୧୪ ହଜାର ୮୯୮କୁ ବୃଦ୍ଧି ପାଇଛି | ଅନ୍ୟପକ୍ଷରେ ବର୍ତ୍ତମାନ ସକ୍ରିୟ ମାମଲା ୨ ଲକ୍ଷ ୭୭ ହଜାର ୨୦କୁ ଖସି ଆସିଛି। ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ତିନି କୋଟି ୩୭ ଲକ୍ଷ ୩୯ ହଜାର ୯୮୦ ଟି କରୋନା ମାମଲା ରହିଛି । ଏଥିମଧ୍ୟରୁ ଚାରି ଲକ୍ଷ ୪୮ ହଜାର ୬୨ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତକାଲି ଦେଶରେ ୬୫ ଲକ୍ଷ ୩୪ ହଜାର ୩୦୬ ଡୋଜ କରୋନା ଟିକା ଦିଆଯାଇଛି। ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୮୮ କୋଟି ୩୪ ଲକ୍ଷ ୭୦ ହଜାର ୫୭୮କୁ ବୃଦ୍ଧି ପାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଦେଶରେ ୧୫ ଲକ୍ଷ ୬ ହଜାର ୨୫୪ କରୋନା ପରୀକ୍ଷା କରାଯାଇଥିଲା। ଯାହା ପରେ ଦେଶରେ ମୋଟ କରୋନା ପରୀକ୍ଷା ୫୬ କୋଟି ୮୯ ଲକ୍ଷ ୫୬ ହଜାର ୪୩୯ରେ ପହଞ୍ଚିଛି।

Comments are closed.