ଭିସୁଟ ରାଗିଂ ମାମଲାରେ କାର୍ଯ୍ୟାନୁଷ୍ଠାନ, ୧୨ ଛାତ୍ର ବହିଷ୍କୃତ

ବୁର୍ଲା- ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୧୨ ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ବିଶ୍ୱବିଦ୍ୟାଳୟତ୍ତକର୍ତ୍ତୃପକ୍ଷ । ଦୁଇ ଜଣ ଛାତ୍ରଙ୍କୁ ଦୁଇ ବର୍ଷ ଓ ୧୦ ଜଣଙ୍କୁ ବର୍ଷକ ପାଇଁ ବହିଷ୍କାର କରାଯାଇଛି । ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ବି-ଟେକ୍ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଛାତ୍ରଙ୍କ ପରିବାର ଲୋକେ ରାଗିଂ ଅଭିଯୋଗ ଆଣିବା ପରେ କୁଳପତି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କମିଟିର ରିପୋର୍ଟ ଭିତ୍ତିରେ କୁଳପତି ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟ ରିପୋର୍ଟ ମିଳିବା ପରେ ସଂପୃକ୍ତ ଛାତ୍ରମାନଙ୍କୁ ଭିସୁଟ କ୍ୟାମ୍ପସ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Comments are closed.