ପୁଣି ଉପରମୁହାଁ କରୋନା ଗ୍ରାଫ୍, ଦିନକରେ ୨୩୮୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ୍‌ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ବିଶେଷକରି ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗୁରୁବାର ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୮୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୩୧୩ ଅଧିକ। ଏହି ରୋଗରେ ଆଉ ୫୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଦିନକରେ ୧୨୩୧ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୧୩,୪୩୩ କୁ ବୃଦ୍ଧି ପାଇଛି, ଯାହା ଏକ ଚିନ୍ତାର ବିଷୟ | ମହାମାରୀ ଆରମ୍ଭରୁ ଏଯାବତ୍ ସମୁଦାୟ ୫,୨୨,୦୬୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ମୋଟ ୪,୨୫,୧୪,୪୭୯ ଲୋକ ସୁସ୍ଥ ହୋଇଛନ୍ତି |

Comments are closed.