କରୋନା ଅପଡେଟ୍: ଦେଶରେ ଆଉ ୨୮,୩୨୬ ନୂଆ ମାମଲା, ୨୬୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରିୟ ମାମଲା ପୁଣି ବୃଦ୍ଧି ପାଇଛି। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୨୮,୩୨୬ ନୂଆ ମାମଲା ଆସିଥିବା ବେଳେ ​ ୨୬୦ ଲୋକଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଦିନକରେ ୨୬,୯୩୨ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୨୦୩୪ ସକ୍ରିୟ ମାମଲା ବୃଦ୍ଧି ପାଇଛି |

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏଯାବତ୍ ମୋଟ ତିନି କୋଟି ୩୬ ଲକ୍ଷ ୫୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୯ ଲକ୍ଷ ୨ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ତିନି ଲକ୍ଷ ରହିଛି | ସମୁଦାୟ ୩ ଲକ୍ଷ ୩ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୨୫ ସୁଦ୍ଧା ସାରା ଦେଶରେ ମୋଟ ୮୫,୬୦,୮୧,୫୨୭ ଡୋଜ୍ ଟିକା ଦିଆଯାଇଛି ।

Comments are closed.