କରୋନା ଅପଡେଟ୍: ଦେଶରେ ଆଉ ୨୮,୫୯୧ ନୂଆ ମାମଲା, ୩୩୮ ମୃତ

ନୂଆଦିଲ୍ଲୀ: ତିନି ଦିନ ଧରି ଭାରତରେ କରୋନା ମାମଲାରେ ସାମାନ୍ୟ ହ୍ରାସ ଲକ୍ଷ୍ୟ କରାଯାଇଛି। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୮,୫୯୧ ନୂଆ ମାମଲା ଆସିଛି। ଏହାପୂର୍ବରୁ ଶନିବାର ୩୩୩୭୬, ଶୁକ୍ରବାର ୩୪୯୭୩ ଟି ନୂଆ ମାମଲା ଆସିଥିଲା। ଦିନକରେ କରୋନା କାରଣରୁ ୩୩୮ ଲୋକ ପ୍ରାଣ ହରାଇଛନ୍ତି। ୩୪,୮୪୮ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୬୫୯୫ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏଯାବତ୍ ମୋଟ ତିନି କୋଟି ୩୨ ଲକ୍ଷ ୩୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୪୨ ହଜାର ୬୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୪ ଲକ୍ଷ ୯ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ଏବେ ଭାରତରେ ୩ ଲକ୍ଷ ୮୪ ହଜାର ୯୨୧ ଲୋକ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ୭୩ କୋଟି ୮୨ ଲକ୍ଷ ୭ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଦିନକରେ ଆଉ ୭୨.୮୬ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୪ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.