ଦେଶରେ ଆଉ ୩.୦୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ପଜିଟିଭିଟି ରେଟ୍ ୧୭.୭୮% ରୁ ୨୦.୭୫% କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ସଂକ୍ରମଣ ଜାରି ରହିଛି । ଯଦିଓ ଦୈନିକ ମାମଲାରେ ଗତ ଦୁଇ ଦିନ ଧରି ହ୍ରାସ ଘଟିଛି, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬ ହଜାର ୬୪ ନୂଆ ମାମଲା ପଞ୍ଜିକୃତ ହୋଇଛି। ତେବେ ପୂର୍ବ ଦିନ ତୁଳନାରେ ଦେଶରେ ୨୭,୪୬୯ କମ୍ ମାମଲା ଆସିଛି। ଏହାପୂର୍ବରୁ ରବିବାର ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଭଲ କଥା ହେଉଛି ଗତ ୨୪ ଘଣ୍ଟାରେ ୨ ଲକ୍ଷ ୪୩ ହଜାର ୪୯୫ ଆରୋଗ୍ୟ ଲାଭ କରିଛନ୍ତି ‌ କିନ୍ତୁ ସକ୍ରିୟ ମାମଲା ୨୨ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି । ସମୁଦାୟ ସକ୍ରିୟ ମାମଲା ମୋଟ ସଂକ୍ରମିତଙ୍କ ୫.୬୯ ପ୍ରତିଶତ । ଦିନକରେ କରୋନାର ୧୪ ଲକ୍ଷ ୭୪ ହଜାର ୭୫୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୦.୭୫ ପ୍ରତିଶତ ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବ ଦିନ ତୁଳନାରେ କରୋନା ମାମଲା ୮% ହ୍ରାସ ପାଇଛି । ହେଲେ ପଜିଟିଭିଟି ରେଟ୍ ୧୭.୭୮% ରୁ ୨୦.୭୫% କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୨୩ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ୧୬୨ କୋଟି ୨୬ ଲକ୍ଷ ୭ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଗତକାଲି ୨୭.୫୬ ଲକ୍ଷ ଟିକା ଦିଆଯାଇଥିଲା।

Comments are closed.