କରୋନା ଅପଡେଟ୍: ଦେଶରେ ଆଉ ୩୪,୪୦୩ ମାମଲା, ୩୨୦ ମୃତ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଜାରି ରହିଛି। କ୍ରମାଗତ ଚତୁର୍ଥ ଦିନ ପାଇଁ କରୋନା ମାମଲା ବୃଦ୍ଧି ପାଇଛି | ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୪,୪୦୩ ନୂଆ ମାମଲା ଆସିଥିବା ବେଳେ ​୩୨୦ ଲୋକ ପ୍ରାଣ ହରାଇଥିଲେ। ୩୭,୭୯୫୦ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୩୮୬୭ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୩୩ ଲକ୍ଷ ୮୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୪ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୫ ଲକ୍ଷ ୯୭ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ସମୁଦାୟ ୩ ଲକ୍ଷ ୪୨ ହଜାର ୯୨୩ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ସାରା ଦେଶରେ ୭୭ କୋଟି ୨୪ ଲକ୍ଷ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୬୭.୪୩ ଲକ୍ଷ ଟିକା ଦିଆଯାଇଛି।

Comments are closed.