କରୋନା ଅପଡେଟ୍: ୨୪ ଘଣ୍ଟାରେ ୩୪୫୧ ନୂଆ ମାମଲା, ୪୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୫୧ ନୂଆ ମାମଲା ଆସିଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୨୦,୬୩୫ରେ ପହଞ୍ଚିଛି। ଏହାଛଡ଼ା କରୋନା ଯୋଗୁଁ ଦିନକରେ ଆଉ ୪୦ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ହେଉଛି ୯୮.୭୪ ପ୍ରତିଶତ। ଏଥି ସହିତ, ସାପ୍ତାହିକ ସଂକ୍ରମଣ ହାର ସମ୍ପ୍ରତି ୦.୮୩ ପ୍ରତିଶତ ରହିଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୧୯୩.୫୩ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.