ବିଶ୍ଵ ଥାଲାସେମିଆ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ବିଶ୍ଵ ଥାଲାସେମିଆ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରକ୍ତହୀନତା ନେଇ ସଚେତନତା ସୃଷ୍ଟି କରିବା ସହ ରୋଗୀ ଓ ସେମାନଙ୍କ ପରିବାର ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗର ପ୍ରତିକାର, ପରିଚାଳନା ଓ ଚିକିତ୍ସା ପାଇଁ ନିଷ୍ଠା ଦେଖାଇବା ସହ ମୂଲ୍ୟବାନ ଜୀବନ ରକ୍ଷା ଲାଗି ରକ୍ତଦାନକୁ ପ୍ରୋତ୍ସାହନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.