କରୋନା ଅପଡେଟ୍: ଦିନକରେ ୫୮୫ ମୃତ, ୧୩,୪୫୧ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଶିଥିଳ ପଡ଼ିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ। ଦେଶରେ ଏବେ ବି ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୪୫୧ ନୂଆ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ ଦିନକରେ ୫୮୫ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୫ ହଜାର ୬୫୩କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୫ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ହେଉଛି ଏକ ଲକ୍ଷ ୬୨ ହଜାର ୬୬୧ | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୨ ଲକ୍ଷ ୧୫ ହଜାର ୬୫୩ ଟି କରୋନା ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୫୫ ଲକ୍ଷ ୮୯ ହଜାର ୧୨୪ ଡୋଜ କରୋନା ଟିକା ଦିଆଯାଇଥିଲା। ଏହା ପରେ ଦେଶରେ ମୋଟ ଟିକାକରଣ ୧୦୩ କୋଟି ୫୩ ଲକ୍ଷ ୨୫ ହଜାର ୫୭୭ରେ ପହଞ୍ଚିଛି ।

Comments are closed.