କରୋନା ଅପଡେଟ୍: ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି, ଦିନକରେ ୬୨୧ ମୃତ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ମାମଲାରେ ହ୍ରାସ ଘଟୁଥାଇପାରେ, କିନ୍ତୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସହିତ କରୋନାର ନୂଆ ଭାରିଆଣ୍ଟ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୮୭୭୪ ମାମଲା ପଞ୍ଜିକୃତ ହୋଇଥିବାବେଳେ ୬୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ୯ ହଜାରରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ସହିତ, ସକ୍ରିୟ ମାମଲା ମଧ୍ୟ କହୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ୧ ଲକ୍ଷ ୦୫ ହଜାର ୬୯୧ ଟି ସକ୍ରିୟ କରୋନା ମାମଲା ରୁଜୁ ହୋଇଛି। ୫୪୩ ଦିନ ପରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଅନ୍ୟପଟେ ୩ କୋଟି ୩୯ ଲକ୍ଷ ୯୮ ହଜାର ୨୭୮ ଜଣ ଏଯାବତ୍ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩ କୋଟି ୪୧ ଲକ୍ଷ ୭୫ ହଜାର ୧୭୫ ଟି ମାମଲା ରୁଜୁ ହୋଇଛି। ଭାରତରେ କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୮ ହଜାର ୫୫୪ ଜଣଙ୍କର ମୃତ୍ୟୁ ହୋଇଛି। ଟୀକାକରଣ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୧୨୧ କୋଟି ୯୪ ଲକ୍ଷ ୭୧ ହଜାର ୧୩୪ ଡୋଜ ଦିଆଯାଇଛି । ସେଥିମଧ୍ୟରୁ ୮୨ ଲକ୍ଷ ୮୬ ହଜାର ୦୫୮ ଡୋଜ ଶୁକ୍ରବାର ଦିନ ଦିଆଯାଇଛି।

Comments are closed.