କରୋନା ଅପଡେଟ୍: ଦେଶରେ ଆଉ ୬୫୬୩ ମାମଲା ଚିହ୍ନଟ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ମହାମାରୀ କାରଣରୁ ଦିନକରେ ଆଉ ୧୩୨ ଜଣଙ୍କର ମୃତ୍ୟୁ ହୋଇଛି। ୮୦୭୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ୧୬୪୬ ସକ୍ରିୟ ମାମଲା ହ୍ରାସ ପାଇଛି | ଅନ୍ୟପକ୍ଷେ ଦେଶରେ ଓମିକ୍ରନ୍ ମାମଲା ବଢ଼ିବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୧୫୧ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି ।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ୩ କୋଟି ୪୭ ଲକ୍ଷ ୪୬ ହଜାର ୮୩୮ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୭୭ ହଜାର ୫୫୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୮୭ ହଜାର ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଭାରତରେ ଏବେ ୮୨.୨୬୭ ସକ୍ରିୟ ମାମଲା ଅଛି, ଯାହା ୫୭୨ ଦିନ ପରେ ସର୍ବନିମ୍ନ |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୧୩୭ କୋଟି ୬୭ ଲକ୍ଷ ୨୦ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ଦିନରେ ଆଉ ୧୫.୮୨ ଲକ୍ଷ ଟିକା ଦିଆଯାଇଥିଲା ।

Comments are closed.