କରୋନା ଅପଡେଟ୍: ଦିନକରେ ଆଉ ୭,୧୮୯ ଆକ୍ରାନ୍ତ ଚିହ୍ନଟ, ୩୮୭ ମୃତ; ଓମିକ୍ରନ୍ ମାମଲା ୪୦୦ ଟପିଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସାରା ଦେଶରେ ୭,୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନର ବିପଦ ମଧ୍ୟରେ ଗତକାଲି ତୁଳନାରେ ଆଜି କରୋନା ମାମଲାରେ ବୃଦ୍ଧି ଘଟିଛି। ଦିନକ ପୂର୍ବରୁ ଦେଶରେ ୬୬୫୦ ମାମଲା ରିପୋର୍ଟ ହୋଇଥିଲା।

ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭,୨୮୬ ଜଣ ମଧ୍ୟ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ରୋଗରୁ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୩,୪୨,୨୩,୨୬୩ କୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଆକ୍ଟିଭ୍ କେସ୍ ବିଷୟରେ କହିବାକୁ ଗଲେ ସମଗ୍ର ଦେଶରେ ୭୭,୦୩୨ ସକ୍ରିୟ ରୋଗୀ ଅଛନ୍ତି।

ଦେଶରେ ଟିକାକରଣ ଅଭିଯାନ ଅଧୀନରେ ଟିକାକରଣର ଗତି ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୧୪୧.୦୧ କୋଟି ଟିକା ଦିଆଯାଇଛି।

ଅନ୍ୟପକ୍ଷରେ ଭାରତରେ ଓମିକ୍ରନ୍ ମାମଲା ୪୦୦ ଟପିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୪୧୫ ଟି ଓମିକ୍ରନ୍ କରୋନା ଆକ୍ରାନ୍ତ ରିପୋର୍ଟ ହୋଇଛି ‌। ସେଥିମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୭୯, ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭, ତାମିଲନାଡୁରେ ୩୪ ଏବଂ କର୍ଣ୍ଣାଟକରେ ୩୧ ଟି ଓମିକ୍ରନ୍ ମାମଲା ରୁଜୁ ହୋଇଛି।

Comments are closed.