କରୋନା ଅପଡେଟ୍: ଦିନକରେ ୮,୪୩୯ ନୂଆ ମାମଲା ଚିହ୍ନଟ, ୧୯୫ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ୮,୪୩୯ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ସଂଖ୍ୟା ୩,୪୬,୫୬,୮୨୨ କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୩,୭୩୩ କୁ ହ୍ରାସ ପାଇଛି, ଯାହା ୫୫୫ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ କରୋନାରେ ୧୯୫ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୪,୭୩,୯୫୨ କୁ ବୃଦ୍ଧି ପାଇଛି। ଦେଶରେ କ୍ରମାଗତ ୧୨ ଦିନ ପାଇଁ, କୋଭିଡ -୧୯ ଦୈନିକ ମାମଲା ୧୦ ହଜାରରୁ କମ୍ ରହିଆସିଛି ଏବଂ ୧୬୪ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି।

ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ସମୁଦାୟ ୩,୪୦,୮୯,୧୩୭ ଲୋକ ସୁସ୍ଥ ହୋଇଛନ୍ତି ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି। ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୨୯.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

Comments are closed.