କରୋନା ଅପଡେଟ୍: ଦେଶରେ ଆଉ ୮୬୧ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬୧ ଟି ନୂଆ ମାମଲା ଆସିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ୯୨୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ସମ୍ପ୍ରତି ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୦୫୮କୁ ହ୍ରାସ ପାଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ମୋଟ ୫,୨୧,୬୯୧ ଜଣଙ୍କର ମୃତ୍ୟୁ ହୋଇଛି । ଏ ଯାବତ୍ ୪,୨୫,୦୩,୩୮୩ ଲୋକ ସୁସ୍ଥ ହୋଇଛନ୍ତି ।

ଏହାପୂର୍ବରୁ ରବିବାର ଦିନ ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ର ୧,୦୫୪ ଟି ନୂଆ ମାମଲା ଆସିଥିଲା ଏବଂ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments are closed.