କରୋନା ଅପଡେଟ୍: ଦେଶରେ ଆଉ ୮,୮୬୫ ଆକ୍ରାନ୍ତ ଚିହ୍ନଟ, ୨୮୭ ଦିନ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ରମେ କମିବାରେ ଲାଗିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮,୮୬୫ ନୂଆ ମାମଲା ଆସିଛି, ଯାହାକି ୨୮୭ ଦିନ ପରେ ସର୍ବନିମ୍ନ । ଦିନକରେ ୧୯୭ ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ୧୧,୯୭୧ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ୩୩୦୩ ସକ୍ରିୟ ମାମଲା ହ୍ରାସ ପାଇଛି ।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ୩ କୋଟି ୪୪ ଲକ୍ଷ ୫୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୬୩ ହଜାର ୮୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୮ ଲକ୍ଷ ୬୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧.୫ ଲକ୍ଷକୁ ଖସି ଆସିଛି। ସମୁଦାୟ ୧ ଲକ୍ଷ ୩୦ ହଜାର ୭୯୩ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ନଭେମ୍ବର ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୫୯.୭୫ ଲକ୍ଷ ଟିକା ଦିଆଯାଇଛି।

Comments are closed.