ବଢ଼ୁଛି କରୋନା ସଂକ୍ରମଣ, ଲଗାତାର ଦ୍ୱିତୀୟ ଦିନ ୩୦୦୦ରୁ ଊର୍ଦ୍ଧ୍ବ ମାମଲା

ନୂଆଦିଲ୍ଲୀ: ପୁଣି ଡରାଉଛି କରୋନା । କ୍ରମାଗତ ବଢୁଛି ଦୈନିକ ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୯୫ଟି ନୂଆ ମାମଲା ରିପୋର୍ଟ ହୋଇଛି। ଲଗାତାର ଦ୍ୱିତୀୟ ଦିନ ୩୦୦୦ରୁ ଊର୍ଦ୍ଧ୍ବ ମାମଲା ଆସିଛି । ଗତକାଲି ୩୦୧୬ ମାମଲା ରିପୋର୍ଟ ହୋଇଥିଲା ଯାହା ୬ ମାସରେ ଥିଲା ସର୍ବାଧିକ । ବର୍ତ୍ତମାନ ସମଗ୍ର ଦେଶରେ ପଜିଟିଭିଟି ରେଟ୍ ୨.୬୧% କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ୯୮.୭୮% ରହିଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏଯାବତ୍ ୨୨୦.୬୫ କୋଟି ଟିକା (୯୫.୨୦ କୋଟି ସେକେଣ୍ଡ ଡୋଜ ଏବଂ ୨୨.୮୬ କୋଟି ବୁଷ୍ଟର ଡ଼ୋଜ) ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ୬,୫୫୩ ଡୋଜ୍ କରୋନା ଟିକା ଦିଆଯାଇଛି । ବର୍ତ୍ତମାନ ଭାରତରେ ୧୫,୨୦୮ ସକ୍ରିୟ ମାମଲା ରହିଛି।

Comments are closed.