ତୃତୀୟ ଲହର ପ୍ରକୋପ: କ୍ରମାଗତ ତୃତୀୟ ଦିନ ଆସିଲା ଲକ୍ଷେରୁ ଊର୍ଦ୍ଧ୍ବ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଅଣାୟତ୍ତ ଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧ ଲକ୍ଷ ୭୯ ହଜାର ୭୨୯ ନୂଆ ମାମଲା ଚିହ୍ନଟ ହୋଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଲକ୍ଷେରୁ ଊର୍ଦ୍ଧ୍ବ ମାମଲା ଆସିଛି । ଦିନକରେ ଏହି ରୋଗରେ ୧୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ କରୋନା ମାମଲା ୩ କୋଟି ୫୭ ଲକ୍ଷ ୭ ହଜାର ୭୨୭ କୁ ବୃଦ୍ଧି ପାଇଛି । ଏହି ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୭ ଲକ୍ଷ ୨୩ ହଜାର ୬୧୯ କୁ ବୃଦ୍ଧି ପାଇଛି । ତେବେ ଏପର୍ୟ୍ୟନ୍ତ ୩ କୋଟି ୪୫ ଲକ୍ଷ ୧୭୨ ଜଣ ଲୋକ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି।

ଦେଶରେ ମୋଟ ଓମିକ୍ରନ୍ ମାମଲା ୪,୦୩୩ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସର୍ବାଧିକ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି ‌। ମହାରାଷ୍ଟ୍ରରେ ୧,୨୧୬ ଏବଂ ରାଜସ୍ଥାନରେ ୫୨୯ ଓମିକ୍ରନ୍ ମାମଲା ରହିଛି। ଓମିକ୍ରନର ୪,୦୩୩ ରୋଗୀଙ୍କ ମଧ୍ୟରୁ ୧,୫୫୨ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଓମିକ୍ରନର ବଢୁଥିବା ବିପଦ ଏବଂ କରୋନାର ଅନିୟନ୍ତ୍ରିତ ଗତି ମଧ୍ୟରେ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ଦେଶରେ ୧୫୧ କୋଟି ଟିକା ଡୋଜ୍ ଦିଆଯାଇଛି।

Comments are closed.