କରୋନା ଅପଡେଟ୍: ଦେଢ଼ମାସ ପରେ ଦୈନିକ ମାମଲା ତିନି ହଜାର ଉପରେ

ନୂଆଦିଲ୍ଲୀ: ଚତୁର୍ଥ ଲହର ବିପଦ ମଧ୍ୟରେ ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତ୍ୟହ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି । ଦେଶରେ ଦୈନିକ ସଂକ୍ରମଣ ୩୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୩,୩୦୩ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୧୬ ହଜାର ୯୮୦ କୁ ବୃଦ୍ଧି ପାଇଛି । ପ୍ରାୟ ଦେଢ଼ମାସ ପରେ ଦୈନିକ ମାମଲା ୩୦୦୦ ହଜାର ଟପିଛି ।

ଦୈନିକ ପଜିଟିଭିଟି ହାର ମଧ୍ୟ (୦.୬୬%) ବଢ଼ିଛି । ରିପୋର୍ଟ ଅନୁଯାୟୀ, ଦିନକରେ ୨୫୬୩ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏହି ମହାମାରୀରେ ଏଯାବତ୍ ୫ ଲକ୍ଷ ୨୩ ହଜାର ୬୯୩ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ପୁଣି ଡରାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋଭିଡର ୧୩୬୭ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି।

Comments are closed.