ଏୟାରବସ୍ ସହ ଭାରତର ୨୦,୦୦୦ କୋଟି ଟଙ୍କାର ଚୁକ୍ତି, କିଣିବ ୫୬ ‘ସି-୨୯୫’ ଟ୍ରାନ୍ସପୋର୍ଟ ବିମାନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦିନ ସ୍ପେନର ଏୟାରବସ୍ ଡିଫେନ୍ସ ଏବଂ ସ୍ପେସ୍ ସହିତ ପ୍ରାୟ ୨୦,୦୦୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ୱାକ୍ଷର କରିଛି। ଏହା ଅଧୀନରେ ଭାରତ ୫୬ ‘ସି-୨୯୫’ ମିଡିୟମ ଟ୍ରାନ୍ସପୋର୍ଟ ବିମାନ କିଣିବ | ଏହି ବିମାନଗୁଡ଼ିକ ଭାରତୀୟ ବାୟୁସେନାର ଆଭ୍ରୋ-୭୪୮ ବିମାନର ସ୍ଥାନ ନେବ | ଦୀର୍ଘ ଦିନର ବିଚାରାଧୀନ ଚୁକ୍ତିକୁ ଦୁଇ ସପ୍ତାହ ପୂର୍ବରୁ ସୁରକ୍ଷା କ୍ୟାବିନେଟ କମିଟିର ମଞ୍ଜୁରି ଲାଭ କରିଥିଲା । ଏହି ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରିଥିବାରୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟା ଏୟାରବସ୍ ଡିଫେନ୍ସ, ଟାଟା ଆଡଭାନ୍ସ ସିଷ୍ଟମ୍ ଲିମିଟେଡ୍ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.