ତୃତୀୟ ଟେଷ୍ଟ: ଟସ୍ ଜିତି ଭାରତର ବ୍ୟାଟିଂ, ରାହୁଲଙ୍କ ସ୍ଥାନରେ ଗିଲ୍ ସାମିଲ

ଇନ୍ଦୋର: ଆଜିଠାରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ଟିମ୍ ଇଣ୍ଡିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ଖରାପ ଫର୍ମ ପାଇଁ କେଏଲ୍ ରାହୁଲଙ୍କ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଶୁଭମାନ ଗିଲଙ୍କୁ ସାମିଲ କରାଯାଇଛି । ଏହାଛଡ଼ା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବ ଦଳରେ ସାମିଲ ହୋଇଛନ୍ତି।

ସିରିଜରେ ୨-୦ରେ ଅଗ୍ରଣୀ ଥିବା ଭାରତ ଏହି ଟେଷ୍ଟ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବ |

ଉଭୟ ଦଳର ଚୂଡାନ୍ତ ଏକାଦଶ

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷାର ପଟେଲ, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ: ଷ୍ଟିଭ୍ ସ୍ମିଥ୍ (ଅଧିନାୟୋକ), ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନୁସ ଲାବୁସାଗ୍ନେ, ଷ୍ଟିଭ ସ୍ମିଥ, ପିଟର ହ୍ୟାଣ୍ଡସକମ୍ବ, ଆଲେକ୍ସ କେରେ (ୱିକେଟ୍ କିପର), କ୍ୟାମେରନ୍ ଗ୍ରୀନ୍, ମିଚେଲ ଷ୍ଟାର୍କ, ନାଥାନ୍ ଲିଅନ୍, ଟଡ୍ ମର୍ଫି ଏବଂ ମାଥ୍ୟୁ କୁହାନମ୍ୟାନ୍।

Comments are closed.