ଏସୀୟ କ୍ରୀଡ଼ାରେ ଭାରତ ଖୋଲିଲା ପଦକ ଖାତା, ସୁଟିଂ ଓ ନୌଚାଳନାରେ ରୈପ୍ୟ ପଦକ

ହାଙ୍ଗଝୋ: ସୁଟିଂ ଓ ନୌଚାଳନାରେ ରୌପ୍ୟ ସହ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ରବିବାର ପଦକ ଖାତା ଖୋଲିଛି ଭାରତ। ଅର୍ଜୁନ ଲାଲ ଜାଟ୍ ଓ ଅରବିନ୍ଦ ସିଂଙ୍କ ଯୋଡ଼ି ନୌଚାଳନା (ରୋଇଂ)ର ଲାଇଟଓ୍ବେଟ ଡବଲ୍ସ ସ୍କଲ ବର୍ଗ ଫାଇନାଲରେ ୬:୨୮.୧୮ ଟାଇମିଂ ସହ ରୌପ୍ୟ ପଦକ ଜିତିଛନ୍ତି | ପ୍ରଥମ ଥର ପାଇଁ ଭାରତ ନୌଚାଳନାର ଏହି ବର୍ଗରେ ପଦକ ଜିତିଛି ।

ସେହିପରି ମହିଳା ୧୦ ମିଟର ଏୟାର ରାଇଫଲରେ ଭାରତ ଦ୍ୱିତୀୟ ପଦକ ଜିତିଛି | ମେହୁଲି ଘୋଷ, ରମିତା ଏବଂ ଆଶି ଚୋକସିଙ୍କ ଟିମ୍ ଫାଇନାଲରେ ୧୮୮୦.୦ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି । ଏଥିମଧ୍ୟରୁ ରମିତା ୬୩୧.୯ ପଏଣ୍ଟ ହାସଲ କରିଥିବା ବେଳେ ମେହୁଲି ୬୩୦.୮ ଓ ଆଶି ୬୨୩.୩ ପଏଣ୍ଟ ସ୍କୋର କରିଥିଲେ |

ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ସହ ଶନିବାର ହାଙ୍ଗଝୋ ଏସୀୟ କ୍ରୀଡ଼ା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ଚଳିତ ସଂସ୍କରଣର ଭାରତର ରେକର୍ଡ ୬୫୫ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି ।

Comments are closed.