ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ବୁମ୍ରା, ହର୍ଷଲ ଫେରିଲେ; ସାମି ଷ୍ଟାଣ୍ଡବାଇ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ମେଗା ଇଭେଣ୍ଟ ପାଇଁ ସୋମବାର ବିସିସିଆଇ ଚୟନ କମିଟି ୧୫ ଜଣିଆ ଦଳ ଘୋଷିତ କରିଛି। ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେବାକୁ ଥିବା ବେଳେ କେଏଲ୍ ରାହୁଲ ଉପ-ଅଧିନାୟକ ରହିବେ । ଦ୍ରୁତ ବୋଲର ମହମ୍ମଦ ସାମି ମୁଖ୍ୟ ଦଳରେ ସ୍ଥାନ ପାଇନାହାଁନ୍ତି। ତେବେ ସେ ଏବଂ ଦୀପକ ଚହରଙ୍କୁ ରିଜର୍ଭ ଖେଳାଳି ଭାବରେ ଚୟନ କରାଯାଇଛି। ଏହାଛଡ଼ା ଶ୍ରେୟସ୍ ଆୟର ଏବଂ ରବି ବିଷ୍ଣୋଇଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି ।

ଆହତ ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ବଡ଼ କଥା ହେଉଛି ଷ୍ଟାର୍ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। ଏସିଆ କପରେ ଖେଳିଥିବା ଦଳରୁ କେବଳ ରବି ବିଷ୍ଣୋଇ ଓ ଅବେଶ ଖାନ୍ ବିଶ୍ବକପ୍ ରୁ ବାଦ୍ ପଡ଼ିଥିବା ବେଳେ ଅବଶିଷ୍ଟ ୧୩ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ଯସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଫେରିଛନ୍ତି। ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ଖରାପ ଥିଲା ​​ଏବଂ ଦଳ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ମଧ୍ୟ ମୁଖ୍ୟ ଦଳରେ ରଖାଯାଇଛି।

ଟି-୨୦ ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷିତ ହୋଇଛି ।

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ | ଭାରତ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ | ଉଭୟ ଦଳ ଗ୍ରୁପ୍-୨ ରେ ରହିଛନ୍ତି | ପାକିସ୍ତାନ ପରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଅନ୍ୟ ଦୁଇ କ୍ବାଲିଫାୟର ଦଳକୁ ଭେଟିବ, ଯାହା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଘୋଷଣା କରାଯିବ। ମୁଖ୍ୟ ରାଉଣ୍ଡ ପୂର୍ବରୁ ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳିବ।

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (କ୍ୟାପଟେନ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ।

ରିଜର୍ଭ ପ୍ଲେୟାର: ମହମ୍ମଦ ଶାମି, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ଦୀପକ ଚହର |

ଅଷ୍ଟ୍ରେଲିଆ ଟି-୨୦ ପାଇଁ ଭାରତ ଦଳ:
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ , ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଯସପ୍ରୀତ ବୁମ୍ରା।

ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ , ଅର୍ଶଦୀପ ସିଂ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଯସପ୍ରୀତ ବୁମ୍ରା |

Comments are closed.