ରାଜ୍ୟଗୋଷ୍ଠୀ କ୍ରୀଡା: ନ୍ୟୁଜିଲ୍ୟାଣ୍ଡକୁ ସୁଟ୍ଆଉଟରେ ହରାଇ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଦଳ

ବର୍ମିଂହାମ: ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଛି। ରବିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତ ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ହକି ଇତିହାସରେ ଏହା ହେଉଛି ଭାରତର ତୃତୀୟ ପଦକ | ଏହାପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଜିତିଥିବାବେଳେ ୨୦୦୬ରେ ରୌପ୍ୟ ଜିତିଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ଭାରତର ୪୧ତମ ପଦକ | ନିର୍ଦ୍ଧାରିତ ସମୟରେ ସ୍କୋର୍ ୧-୧ରେ ବରାବର ରହିବା ପରେ ସୁଟ୍ଆଉଟର ସହାୟତା ନିଆଯାଇଥିଲା। ଏଥିରେ ଭାରତ ୨-୧ରେ ବାଜି ମାରିନେଇଥିଲା ।

ଏହାପୂର୍ବରୁ ସେମିଫାଇନାଲରେ ସୁଟଆଉଟରେ ଅଷ୍ଟ୍ରେଲିଆ ନିକଟରୁ ୩-୦ରେ ପରାସ୍ତ ହୋଇ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ମ୍ୟାଚରୁ ବାଦ୍ ପଡିଥିଲା। ଭାରତ ୨୦୦୨ ସଂସ୍କରଣ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ ୨୦୦୬ରେ ଅଷ୍ଟ୍ରେଲିଆ ଠାରୁ ହାରି ରୌପ୍ୟ ଜିତିଥିଲା ।

Comments are closed.