ଦେଶରେ ବଢୁଛି ଓମିକ୍ରନ୍ ମାମଲା, ମହାରାଷ୍ଟ୍ର ଓ ଗୁଜରାଟରେ ଆଉ ୩ ରୋଗୀ ଚିହ୍ନଟ, ମୋଟ ମାମଲା ୪୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି। ଗତକାଲି ମହାରାଷ୍ଟ୍ରର ଓମିକ୍ରନ୍‌ରେ ଆଉ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଦୁହେଁ ଦୁବାଇ ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରୁ ଗୁଜରାଟକୁ ଫେରିଥିବା ଜଣେ ବ୍ୟକ୍ତି ମଧ୍ୟ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୪୧ ଜଣ ଲୋକ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଲାଟୁରରୁ ଗୋଟିଏ ଏବଂ ପୁଣେରେ ଗୋଟିଏ ନୂଆ ମାମଲା ଦେଖିବାକୁ ମିଳିଛି। ପୁଣେରେ ଦେଖାଦେଇଥିବା ରୋଗୀ ଜଣେ ୩୯ ବର୍ଷ ବୟସ୍କା ମହିଳା ହୋଇଥିବାବେଳେ ଲାଟୁରରୁ ସଂକ୍ରମିତ ହେଉଛନ୍ତି ଜଣେ ୩୩ ବର୍ଷ ବୟସ୍କ ପୁରୁଷ। ଏହା ସହିତ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି |

ଏଥିସହିତ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟର ସୁରଟକୁ ଫେରିଥିବା ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ଭାରିଆଣ୍ଟ ସ୍ପଷ୍ଟ ହୋଇଛି, ଯାହା ରାଜ୍ୟରେ ଏହି ଷ୍ଟ୍ରେନର ଚତୁର୍ଥ ମାମଲା ଅଟେ।

Comments are closed.