ସ୍ୱଦେଶ ନର୍ମିତ ତଟରକ୍ଷୀ ପୋତ ‘ବିଗ୍ରହ’ ନୌସେନାରେ ସାମିଲ

ଚେନ୍ନାଇ: ସ୍ୱଦେଶ ନିର୍ମିତ ତଟରକ୍ଷୀ ଜାହଜ ‘ବିଗ୍ରହ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । କମିଶନିଂ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇ ‘ବିଗ୍ରହ’କୁ ଆନୁଷ୍ଠାନିକ ଭାବେ ନୌସେନାକୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ରାଜନାଥ କହିଛନ୍ତି ଯେ ‘ବିଗ୍ରହ’ ନୌସେନାରେ ସାମିଲ ହେବା ଦ୍ୱାରା ଆମର ତଟରକ୍ଷା କ୍ଷମତା ବୃଦ୍ଧି ପାଇଛି ଏବଂ ଏହା ଆମ ଆତ୍ମନିର୍ଭରଶୀଳତାକୁ ଦର୍ଶାଉଛି ।

ସ୍ୱଦେଶ ନିର୍ମିତ ପୋତ ‘ବିଗ୍ରହ’ ୯୮ ମିଟର ଲମ୍ବା ଓ ୧୫ ମିଟର ଚଉଡ଼ା । ଏହା ବିଶାଖାପାଟଣା ସ୍ଥିତ ନୌସେନା କମାଣ୍ଡରେ ରହିବ । ଏହି ପୋତର ପରିଚାଳନାରେ ୧୧ ଅଧିକାରୀ ଓ ୧୧୦ ନାବିକଙ୍କୁ ନିୟୋଜିତ କରାଯିବ । ଭାରତୀୟ ତଟରକ୍ଷୀ ବାହିନୀ ସହ ‘ବିଗ୍ରହ’ ଯୋଡ଼ି ହେବା ପରେ ଏବେ ଭାରତୀୟ ନୌସେନାର ଜାହାଜ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି ।

Comments are closed.