ଆଇପିଏଲ ସିଜନ ୧୩ ଖେଳସୂତୀ, ଉଦଘାଟନୀ ମୁକାବିଲାଲେ ସିଏସକେ ବନାମ ମୁମ୍ବାଇ ଇଣ୍ଡିଆନ୍ସ , ଦୁବାଇରେ ସର୍ବାଧିକ ୨୪ଟି ମ୍ୟାଚ୍ , ନଭେମ୍ବର ୧୦ରେ ଫାଇନାଲ୍

ନୂଆଦିଲ୍ଲୀ – ଆଇପିଏଲ ସିଜନ ୧୩ ପାଇଁ ଖେଳ ସୂଚୀ ଜାରି କରାଯାଇଛି । ସେପଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ୍ ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ୍ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ । ଏହି ମାସ ୨୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ ପଂଜାବ ମଧ୍ୟରେ ଖେଳାଯିବ ମ୍ୟାଚ୍ ।

ଦୁବାଇରେ ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ ଖେଳାଯିବ । ଆବୁଧାବିରେ ୨୦ ଓ ଶାରଜାହରେ ଖେଳାଯିବ ୧୨ଟି ମ୍ୟାଚ୍ । ଆଇପିଏଲ ଗଭର୍ନିଂ କାଉନସିଲ୍ ପକ୍ଷରୁ କୁହାଯାଇଛି ଯେ, ପ୍ଲେ ଅଫ୍ ଓ ଫାଇନାଲ ମ୍ୟାଚ୍ କେଉଁଠି ଖେଳାଯିବ , ସେ ବାବଦରେ ପରେ ଘୋଷଣା କରାଯିବ ।

ଆଇପିଏଲ ୧୩ ସେପଟେମ୍ବର ୧୯ରୁ ଆରମ୍ଭ ହୋଇ ୫୩ ଦିନ ଯାଏଁ ଚାଲିବ । ନଭେମ୍ବର ୧୦ରେ ଖେଳାଯିବ ଆଇପିଏଲ ଫାଇନାଲ୍ ମ୍ୟାଚ୍ ।

Comments are closed.