ବୈଷୟିକ ସହଯୋଗ ପାଇଁ ଭିସୁଟ୍ –ଇସ୍ରୋ ବୁଝାମଣା ପତ୍ର ସ୍ୱାକ୍ଷରିତ,ଭିସୁଟ କ୍ୟାମ୍ପସରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଇନୋଭେସନ ସେଂଟର

ଭୁବନେଶ୍ୱର : ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହେଯାଗ ପାଇଁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ –ଭିସୁଟ ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

ଏ ଅନୁସାରେ ଭିସୁଟ କ୍ୟାମ୍ପସରେ ଏକ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଂଟର ଖୋଲାଯିବ । ଇସ୍ରୋ ଦ୍ୱାରା ପ୍ରଥମ ଥର ପାଇଁ ଦେଶରେ ଏଭଳି ଏକ କେନ୍ଦ୍ର ଖୋଲାଯିବ ।  ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଓ ଓଡିଶା ସ୍କିଲ୍ ଡେଭଲପମେଂଟ୍  ଆଣ୍ଡ୍ ଟେକନିକାଲ ଏଜୁକେସନ ଡିପାର୍ଟମେଂଟ୍‌ର ପ୍ରମୁଖ ସଚିବ ସଂଜୟ ସିଂହଙ୍କ ଉପସ୍ଥିତିରେ ଭିସୁଟର କୁଳପତି ପ୍ରଫେସର ଅଟଳ ଚୈାଧୁରୀ ଓ ଇସ୍ରୋ ପ୍ରତିନିଧିଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା ।

ସ୍ପେଶ୍ ଇନୋଭେସନ ଓ ଇନକୁବେସନ ସେଂଟର ପ୍ରତିଷ୍ଠା ପାଇଁ ଇସ୍ରୋ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଂକା ଅନୁଦାନ ଯୋଗାଇ ଦେବ । ଭିସୁଟ୍ ଆବଶ୍ୟକୀୟ ଭିତିଭୂମି ବ୍ୟବସ୍ଥା କରିବ ।

Comments are closed.