ହିମାଳୟର ‘ଯୋଗୀ’ଙ୍କୁ ଗୋପନୀୟ ତଥ୍ୟ ଲିକ୍ କରିଥିବା ଏନ୍ଏସ୍ଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କ ଘରେ ଆଜି
ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଆୟକର ଟିମ୍ ଚିତ୍ରା ରାମକୃଷ୍ଣଙ୍କ ସ୍ଥାନ ସମେତ ମାମଲା ସହ ଜଡିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ନିୟମ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଚିତ୍ରା ରାମକୃଷ୍ଣଙ୍କ ଉପରେ ‘ସେବି’ ୩ କୋଟି ଜରିମାନା ଲଗାଇଥିଲା। ଚିତ୍ରା କହିଥିଲେ ଯେ ସେ ହିମାଳୟର ଜଣେ ଯୋଗୀ ବା ସିଦ୍ଧ ପୁରଷଙ୍କ ନିର୍ଦ୍ଦେଶରେ ସବୁ ନିଷ୍ପତ୍ତି ନେଉଥିଲେ ।

ଦେଶର ପ୍ରାୟ ୮ କୋଟି ନିବେଶକଙ୍କ ସ୍ୱାର୍ଥ ରକ୍ଷା କରୁଥିବା ‘ସେବି’ ର ଏକ ଅନୁସନ୍ଧାନ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | ସେବି ତଦନ୍ତରୁ ଜଣାପଡିଥିଲା ଯେ ପୂର୍ବତନ ଏମଡି ତଥା ଏନଏସଇର ସିଇଓ ଚିତ୍ରା ରାମକୃଷ୍ଣ ଏକ ଅଜ୍ଞାତ ଯୋଗୀଙ୍କ ମାର୍ଗଦର୍ଶନ ରେ ପରିଚାଳିତ ହେଉଥିଲେ।
ତଦନ୍ତ ପରେ ସେବି ଏହାର ଆଦେଶରେ କହିଛି ଯେ ଦେଶର ସର୍ବବୃହତ ଷ୍ଟକ ଏକ୍ସଚେଞ୍ଜ (ଏନଏସଏଇ) ର ପୂର୍ବତନ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣ ୨୦ ବର୍ଷ ଧରି ହିମାଳୟରେ ରହୁଥିବା ଜଣେ ସିଦ୍ଧ ପୁରୁଷ ଯୋଗୀଙ୍କ ନିର୍ଦ୍ଦେଶନାରେ ସବୁ ନିଷ୍ପତ୍ତି ନେଉଥିଲେ । ଚିତ୍ରା ସେବି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ନିଷ୍ପତ୍ତି, କର୍ମଚାରୀଙ୍କ ସହ ଜଡିତ ନୀତି ଏବଂ ସଂଗଠନର ଢାଞ୍ଚା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ସେହି ଅଜ୍ଞାତ ଯୋଗୀଙ୍କୁ ଲିକ୍ କରିଥିଲେ | ୨୦୧୪ ରୁ ୨୦୧୬ ମଧ୍ୟରେ ଏହି ସବୁ ସୂଚନା ଲିକ୍ ହୋଇଥିଲା | ଏଥିପାଇଁ ବ୍ୟବହୃତ ଇମେଲ ମଧ୍ୟ ସେବି ସର୍ବସାଧାରଣରେ ପ୍ରକାଶ କରିଛି।

ସେବି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଥିଲା ଯେ ଆନନ୍ଦ ସୁବ୍ରମଣ୍ୟନଙ୍କ ହାଇ ପ୍ରୋଫାଇଲ ନିଯୁକ୍ତିରେ ମଧ୍ୟ ଉକ୍ତ ରହସ୍ୟମୟ ଯୋଗୀ ଜଡିତ ଥିଲେ। ସୁବ୍ରମଣ୍ୟନଙ୍କୁ ଏନଏସସି ଗ୍ରୁପର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚିତ୍ରା ରାମକୃଷ୍ଣଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। କୌତୁହଳର ବିଷୟ ହେଉଛି ନିବେଶ ଜଗତରେ ସୁବ୍ରମଣ୍ୟନଙ୍କୁ କେହି ଜାଣନ୍ତି ନାହିଁ | ଆନନ୍ଦ ସୁବ୍ରମଣ୍ୟନଙ୍କ ନିଯୁକ୍ତି ମାମଲାରେ ଶୁକ୍ରବାର ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିରେ ଚିତ୍ରା ରାମକୃଷ୍ଣ ଏବଂ ରବି ନାରାୟଣଙ୍କ ସମେତ କିଛି ଲୋକ ସୁରକ୍ଷା ଚୁକ୍ତି ଉଲ୍ଲଙ୍ଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚିତ୍ରା ରାମକୃଷ୍ଣଙ୍କୁ ଏନଏସଇ, ନାରାୟଣ ଏବଂ ସୁବ୍ରମଣ୍ୟମଙ୍କ ଉପରେ ୩ କୋଟି ଟଙ୍କା, ଭିଆର୍ ନରସିମ୍ହନ ଉପରେ ୬ କୋଟି ଟଙ୍କା ଜରିମାନା କରାଯାଇଛି। ନରସିମ୍ହନ ଏନ୍ଏସ୍ଇ ର ମୁଖ୍ୟ ନିୟାମକ ଅଧିକାରୀ ଏବଂ ମୁଖ୍ୟ ଅନୁପାଳନ ଅଧିକାରୀ ଥିଲେ |

Comments are closed.