ଗିରଫ ରସିକିଆ ଡାକ୍ତର ମାଟ୍ରିକ୍ ଫେଲ

ଭୁବନେଶ୍ୱର- ଗିରଫ ଠକ ଡାକ୍ତର ରମେଶ ସ୍ବାଇଁ ସ‍ଂପର୍କରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ରମେଶ
ମାଟ୍ରିକ୍ ପାସ କରିନାହିଁ । ସେ ଲାଇଫ ସ୍ପାନ ନାଁରେ କଟକ ଓ ବଡମ୍ବାରେ କ୍ଲିନିକ୍‌ ଖୋଲିଥିଲା । କେଉଁ ତଥ୍ୟ ଦେଇ ରମେଶ ଲାଇଫ ସ୍ପାନ ପାଇଁ ଲାଇସେନ୍ସ ଆଣିଥିଲା ତାର ଯାଞ୍ଚ ହେଉଛି ।

ବଡମ୍ବା କ୍ଲିନିକ୍‌ରେ ୧୫ଜଣଙ୍କୁ ଚାକିରି ଦେଇଥିଲା ରମେଶ । ତେବେ କର୍ମଚାରୀଙ୍କୁ ଦରମା ଦେଇ ନଥିବା ଅଭିଯୋଗ ହୋଇଛି ।
କଟକ କ୍ଲିନିକ ପାଇଁ ଭୁଲ ତଥ୍ୟ ଦେଇ ଭଡା ନେଇଥିଲା ରମେଶ । ନିୟୋଜିତ ଡାକ୍ତରଙ୍କୁ ଚେକ୍‌ ଦେଇ ସେ ଠକିଛି ।

ଏହାଛଡା, କଟକର ଜଣେ ଡାକ୍ତରଙ୍କ ପୁଅକୁ କିଙ୍ଗସ ଜର୍ଜ ମେଡିକାଲ କଲେଜରେ ନାଁ ଲେଖାଇ ଦେବାକୁ କହି ରମେଶ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ସେ ୧୪ଟି ନୁହେଁ, ୧୭ ଜଣଙ୍କୁ ବାହା ହୋଇଥିବା ଜଣାପଡିଛି ।

Comments are closed.