ସେପଟେମ୍ବର ଶେଷ ସୁଦ୍ଧା ହିଁ ପିଜି, ୟୁଜି ଶେଷବର୍ଷ ପରୀକ୍ଷା , ବାତିଲ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ଶେଷବର୍ଷ ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେମ୍ବର ଶେଷ ସୁଦ୍ଧା ହିଁ ପିଜି ଓ ୟୁଜି ଶେଷବର୍ଷ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱାଧିନ ତିନିଜଣିଆ ଖଂଡପୀଠ ଏହି ରାୟ ଦେଇଛନ୍ତି ।

ଏ ବାବଦରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ଦ୍ୱାରା ଜାରି ଜୁଲାଇ ୬ ତାରିଖର ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଦେଶରେ ସେପଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦେଇଥିଲା ୟୁଜିସି । କୋରୋନା ଯୋଗୁଁ ଅସୁବିଧା ଥିଲେ ପରୀକ୍ଷା ଘୁଂଚାଇପାରିବେ ସଂପୃକ୍ତ ରାଜ୍ୟ । ଏ ନେଇ ସେମାନେ ୟୁଜିସିକୁ ଆବେଦନ କରିପାରିବେ । କିନ୍ତୁ ୟୁଜିସିର ବିନା ଅନୁମୋଦନରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତୀଣ୍ଣ ର୍ କରାଯାିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.