ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ

ପାଟନା: ବିହାରରେ ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିଯାଇଛି। ବିଜେପି ସହ ସମ୍ପର୍କ ତୁଟାଇ ଦେଇଛନ୍ତି ନୀତୀଶ କୁମାର । ଆଜି ଅନୁଷ୍ଠିତ ଜେଡିୟୁ ବିଧାୟକ ଓ ସାଂସଦଙ୍କ ବୈଠକରେ ନୀତୀଶ କୁମାର ଏହି ନିଷ୍ପତ୍ତି ନେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ତେବେ ଏନେଇ ଜେଡିୟୁ କିମ୍ବା ବିଜେପି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । ନୀତୀଶ କୁମାର ଆଜି ଅପରାହ୍ନ ୪ଟାରେ ବିହାର ରାଜ୍ୟପାଳଙ୍କୁ ଭେଟିବେ । ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମର୍ଥନରେ ଏକ ନୂଆ ସରକାର ଗଠନ ପାଇଁ ସେ ଦାବି ଉପସ୍ଥାପନ କରିବେ ।

Comments are closed.