କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର ଓ ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ: ଭଗତ୍ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେବାନୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହ ଉଭୟ ନେତା ଦିଲ୍ଲୀର ଆଇଟିଓ ସ୍ଥିତ ସହିଦୀ ପାର୍କ ଯାଇ ଭଗତ୍ ସିଂଙ୍କ ମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମଧ୍ୟ ଉପସ୍ଥିତ ଥିଲେ।

କଂଗ୍ରେସରେ କହ୍ନେୟା କୁମାର ଏବଂ ଜିଗ୍ନେଶଙ୍କ ଭୂମିକା କ’ଣ ହେବ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ଯୁବ ନେତା ଯୁବପିଢିଙ୍କୁ କଂଗ୍ରେସ ସହ ଯୋଡିବା ସହ ସାରା ଦେଶରେ ମୋଦୀ ସରକାରଙ୍କ ବିରୋଧରେ ଅଭିଯାନର ନେତୃତ୍ବ ନେବେ ବୋଲି କୁହାଯାଉଛି। ବିହାରର କହ୍ନେୟା କୁମାର ଏବଂ ଗୁଜରାଟର ଜିଗ୍ନେଶକୁ କଂଗ୍ରେସ ଏକ ବଡ଼ ପଦ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ କଂଗ୍ରେସରେ ଆଉ କିଛି ଯୁବ ନେତା ଯୋଗଦେବା ସମ୍ଭାବନା ରହିଛି।

Comments are closed.