କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ହୃଦଘାତରେ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ହୃଦଘାତର ଶିକାର ହେବା ପରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁନିତଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସେ କନ୍ନଡ ଫିଲ୍ମ ଜଗତର ଜଣେ ସୁପରଷ୍ଟାର ଥିଲେ | ପୁନିତ୍ ଦିବଂଗତ କିମ୍ବଦନ୍ତୀ ଅଭିନେତା ରାଜକୁମାରଙ୍କ ପୁଅ ଏବଂ ପ୍ରଶଂସକଙ୍କ ମଧ୍ୟରେ ସେ ‘ଅପ୍ପୁ’ ଭାବରେ ପରିଚିତ ଥିଲେ | ତାଙ୍କର ଆକସ୍ମିକ ମୃତ୍ୟୁରେ କନ୍ନଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ଓ ଭାରତୀୟ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବାଙ୍ଗାଲୋରର ବିକ୍ରମ ହସ୍ପିଟାଲର ଡାକ୍ତର ରଙ୍ଗନାଥ ନାୟକ କହିଛନ୍ତି ଯେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପୁନିତ୍ ରାଜକୁମାରଙ୍କୁ ଦିନ ପ୍ରାୟ ୧୧:୩୦ ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହସ୍ପିଟାଲକୁ ଆଣିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ପୁନିତ୍ ରାଜକୁମାରଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଯଥାସମ୍ଭବ ଉଦ୍ୟମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା ।

ପୁନିତ୍ ରାଜକୁମାର ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବାଧିକ ଆୟକାରୀ କଳାକାରଙ୍କ ମଧ୍ୟରେ ପୁନିତ୍ ଥିଲେ ଅନ୍ୟତମ | ୧୯୮୬ରେ ସେ ସୁପରହିଟ୍ ଏବଂ ପରେ ବେଟ୍ ହୁଭୁ ପାଇଁ ଶିଶୁ କଳାକାର ବର୍ଗରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ |

Comments are closed.