ସବୁଜ ବାଣ ଅନୁମତି ମାମଲା : ଏସଆରସିଙ୍କ ଉପରେ ନିଷ୍ପତ୍ତି ଛାଡିଲେ ହାଇକୋର୍ଟ, ସୋମବାର ପରବର୍ତ୍ତୀ ଶୁଣାଣି

କଟକ- ସବୁଜ ବାଣ ବିକ୍ରି ଅନୁମତି ସଂପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏ ସଂପର୍କରେ ନିଷ୍ପତ୍ତି ସ୍ୱତନ୍ତ୍ର ରିଲିଫ କମିଶନର ନେବେ ବୋଲି ହାଇକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ-ଏନଜିଟି ନିର୍ଦ୍ଦେଶାବଳୀ ଭିତ୍ତିରେ ଏସଆରସି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ନିଷ୍ପତ୍ତି ସଂପର୍କରେ ସୋମବାର ଦିନ ୧୦ଟାରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅପରାହ୍ନ ୨ଟାରେ ହେବ ।

Comments are closed.