ଖୁବ ଶୀଘ୍ର ଆରମ୍ଭ ହୋଇପାରେ ପାଠପଢା, ରାଜ୍ୟର ସବୁ ଯୁକ୍ତଦୁଇ କଲେଜର ବିଶୋଧନ ଓ ସଫେଇ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର- ପାଠପଢା ପାଇଁ ଖୁୁବ୍ ଶାୀଘ୍ର ରାଜ୍ୟର କଲେଜ ସବୁ ଖୋଲିପାରେ । ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସହୁ ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାଗାର, କ୍ଲାସରୁମ, ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏ ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.